• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th March 2023: ଏହି ରାଶିର ବ୍ୟକ୍ତି ଆଜି ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇପାରନ୍ତି

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଦିବା ୧୦.୧୭ ଗତେ ମକର,ତିଥି – ୧୦ ମୀ ଦିବା ୦୨.୦୭ ଗତେ ୧୧ଶୀ,ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୧୦.୧୭ ଗତେ ସିଂହ,ଘାତ ବାର- ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୨.୪୫ ପର୍ଯ୍ୟନ୍ତ

Gemini

ମିଥୁନ

Friday 17 Mar 2023

ମୃଗଶିରା- ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ

ଆଦ୍ରା- କାର‌୍ୟ୍ୟ ଦକ୍ଷତା ବୃଦ୍ଧି ପାଇବ । ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନହେଲେ ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ

ପୁନର୍ବସୁ- କଳାକାର ମାନଙ୍କୁ ଭଲ ସୁଯୋଗ ମିଳିବ । କଚେରି ମାମଲାର ଶୁଣାଣିରେ ବିଳମ୍ବଜନିତ କ୍ଷୋଭ ପ୍ରକାଶ କରିପାରନ୍ତି । ମହିଳା ମାନଙ୍କର ଜୀବନ ସମସ୍ୟା ବହୁଳ ହୋଇପାରେ । ଜମି-ବାଡିକୁ ନେଇ ଝମେଲା ଦେଖାଦେବ

ପ୍ରତିକାର – ପ୍ରଭୂ ଗଣେଷଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :