• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।

Scorpio

ବିଛା

Wednesday 17 Jul 2024

ବିଶାଖା- ଆପଣଙ୍କର ପ୍ରତ୍ୟେକ ପରିସ୍ଥିତି ସୁଧୁରି ଯିବ । କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇପାରନ୍ତି । ଘରଭଡାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । କୌଣସି ଘଟଣା ମନକୁ ବିବ୍ରତ କରିପାରେ

ଅନୁରାଧା- ସମ୍ପର୍କକୁ ଯୋଡ଼ିବାରେ ସାହାଯ୍ୟ କରିବେ। ଭାବପ୍ରବଣତା କାରଣରୁ ଜମିଜମା, ଟଙ୍କାକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍ ବୁଝିପାରନ୍ତି।

ଜ୍ୟେଷ୍ଠା- ସାଧାରଣ କଥାକୁ ନେଇ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍ ହୋଇ ନ ପାରେ । ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ଯୋଡ଼ିହେବା କଷ୍ଟକର ହୋଇପାରେ। ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବାର ଆଶଙ୍କା ରହିଛି।

ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :