• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Jan 2024: ଆଜି ଏହି ରାଶିର ବ୍ୟକ୍ତି ନମାନି କାମ କଲେ ଅପମାନିତ ହେବେ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୩.୩୪ ଗତେ ମେଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୦୭ ପର୍ଯ୍ୟନ୍ତ ।

Capricorn

ମକର

Wednesday 17 Jan 2024

ଉ,ଷାଢା- ପୂର୍ବ ନିର୍ଦ୍ଧାରିତ କୌଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ । ବନ୍ଧୁଙ୍କ କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ପ୍ରତିରୋଧ ବୃଦ୍ଧି ପାଇବା ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।

ଶ୍ରବଣା- ପାରିବାରିକ କ୍ଷେତ୍ରରେ ଆବଶ୍ୟକତା ଅନୁଭବ କରି ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ। ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭିତ୍ତିରେ ସମାଧାନ ହୋଇପାରିବ । ଆଇନ ଓ ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେଇପାରେ ।

ଧନିଷ୍ଠା- ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳିବା ଭଲ ନତୁବା କୌଣସି ସମସ୍ୟା ଆସିପାରେ । ବିଭିନ୍ନ କାମରେ ଖଟଣି ବୃଦ୍ଧି ମାନସିକ ଅସ୍ଥିରତା ସୃଷ୍ଟି କରିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।

ପ୍ରତିକାର- ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :