• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Jan 2024: ଆଜି ଏହି ରାଶିର ବ୍ୟକ୍ତି ନମାନି କାମ କଲେ ଅପମାନିତ ହେବେ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୩.୩୪ ଗତେ ମେଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୦୭ ପର୍ଯ୍ୟନ୍ତ ।

Sagittarius

ଧନୁ

Wednesday 17 Jan 2024

ମୂଳା- ଅର୍ଥ ସମ୍ପର୍କ ଓ ପ୍ରଶାସନିକ ସ୍ତରରେ ସଫଳତା ଅର୍ଜନ କରିବେ । ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ଶତ୍ରୁତା ମନୋଭାବ ପୋଷଣ କରି କର୍ମକ୍ଷେତ୍ରରେ କେହି ପ୍ରତିବାଦର ସ୍ୱର ଉତ୍ତୋଳନ କରିପାରନ୍ତି ।

ପୂ,ଷାଢା- ପିଲାମାନଙ୍କ କଳହକୁ କେନ୍ଦ୍ର କରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଋଣ ପରିଶୋଧ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଉ,ଷାଢା- ପୂର୍ବରାଗକୁ କେନ୍ଦ୍ର କରି ଆତ୍ମୀୟସ୍ୱଜନମାନେ ଦୂରେଇ ଯାଇପାରନ୍ତି। ଟେନସନ୍ କମିଯିବା ସକାଶେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ଚେଷ୍ଟା କରିବେ ।

ପ୍ରତିକାର- କିଛି ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :