• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Jan 2024: ଆଜି ଏହି ରାଶିର ବ୍ୟକ୍ତି ନମାନି କାମ କଲେ ଅପମାନିତ ହେବେ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୩.୩୪ ଗତେ ମେଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୦୭ ପର୍ଯ୍ୟନ୍ତ ।

Pisces

ମୀନ

Wednesday 17 Jan 2024

ପୂ,ଭାଦ୍ରପଦ- ଛୋଟ ଛୋଟ କଥାକୁ ମନ ଭିତରେ ରଖି ଅଶାନ୍ତରେ ରହିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରି ହଇରାଣ ହେବାକୁ ପଡ଼ିପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।

ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିବ । ନିର୍ମାଣ, ପରିବହନ ଓ ପ୍ରଶାସନ ତଥା ପ୍ରକାଶନ ସ୍ତରରେ ସୁଫଳ ମିଳିବ। ଅଫିସରେ ମିଠାକଥା କହି ବନ୍ଧୁମନରେ ବିଶ୍ୱାସ ଜନ୍ମାଇବେ ।

ରେବତୀ- ସମସ୍ୟା ଲାଗି ରହୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହେଳା କରିବା ଠିକ୍ ହେବ ନାହିଁ । ଜମିଜମା, ପ୍ରଶାସନ, ସାମ୍ବାଦିକତାରେ ଦୁଶ୍ଚିନ୍ତା ଆସିବ । ଚାହୁଁ ନ ଥିବା କିଛି କାମ ପରିସ୍ଥିତିରେ ପଡି କରିବେ ।

ପ୍ରତିକାର- ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :