• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Jan 2024: ଆଜି ଏହି ରାଶିର ବ୍ୟକ୍ତି ନମାନି କାମ କଲେ ଅପମାନିତ ହେବେ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୩.୩୪ ଗତେ ମେଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୦୭ ପର୍ଯ୍ୟନ୍ତ ।

Aquarius

କୁମ୍ଭ

Wednesday 17 Jan 2024

ଧନିଷ୍ଠା- ଚିନ୍ତା କରିଥିବା କଥା ହାସଲ ନ ହେବା ପର୍ଯ୍ୟନ୍ତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରିବା ଠିକ୍ ହେବ ନାହିଁ । ବନ୍ଧୁଟି ପ୍ରତି ସୁସମ୍ପର୍କ ରଖନ୍ତୁ, ଆପଣଙ୍କ ପ୍ରତ୍ୟେକ କାମରେ ସହାୟକ ହୋଇପାରିବ ।

ଶତଭିଷା- ଶତ୍ରୁମାନେ ପିଛା କରୁଥିବାରୁ କର୍ମକ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ସାମାଜିକ ସ୍ତରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି ।

ପୂ,ଭାଦ୍ରପଦ- ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଛାତ୍ରଛାତ୍ରୀମାନେ ପଢାରେ ଅବେହଳା କରି ପାରନ୍ତି । ମହିଳମାନଙ୍କ ମନବଳ ବୃଦ୍ଧି ଘଟିବ ।

ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :