ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ଶନିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୮ମୀ ଦିବା ୦୮.୧୬ ଗତେ ୯ମୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୪୭ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଧନିଷ୍ଠା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢ଼ାଇବେ ।
ଶତଭିଷା- ପାରିବାରିକ ମାମଲାରେ ମାନସିକ ଶାନ୍ତି ମିଳିବ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
ପୂ,ଭାଦ୍ରପଦ- ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ । ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି ।
ପ୍ରତିକାର- ହନୁମାନଙ୍କର ପୂଜା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮