ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ରାତ୍ରି ୦୭.୫୧ ଗତେ ବିଛା, ତିଥି- ୧୦ମୀ ରାତ୍ରୀ ୦୮.୩୪ ଗତେ ୧୧ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୧୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଚିତ୍ରା- ଦେହରେ ଆଘାତ ଲାଗିପାରେ । ପରିବାର ବର୍ଗଙ୍କ ସହ ବାହରକୁ ବୁଲିବା ପାଇଁ ଯୋଜନା କରିବେ । ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିପାରେ
ସ୍ୱାତୀ- ମାନସିକ ସ୍ଥିତି ବିଶେଷ ଭଲ ରହିବନାହିଁ । ପରିବହନ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାର ପ୍ରଯତ୍ନ କଲେ ଉପକୃତ ହେବେ
ବିଶାଖା- ଶିଳ୍ପ, ବ୍ୟବସାୟ, ରାଜନୀତି, ସଭାସମିତି, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ । ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହୋଇପାରନ୍ତି।
ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬