• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Jan 2024: ଏହି ରାଶିର ବ୍ୟକ୍ତିଙ୍କର ପାରିବାରିକ ଚିନ୍ତା କିଛି ମାତ୍ରାରେ ଲାଗିରହିବ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୬ ତାରିଖ ମଙ୍ଗଳବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି - ୬ଷ୍ଠୀ ରାତ୍ରି ୧୧.୫୮ ଗତେ ୭ମୀ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୧.୫୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Capricorn

ମକର

Tuesday 16 Jan 2024

ଉ,ଷାଢା- ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପରିସରର ବ୍ୟକ୍ତିବିଶେଷଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ।
ଶ୍ରବଣା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ। ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି। 
ଧନିଷ୍ଠା- କୌଣସି ବ୍ୟକ୍ତିଙ୍କ କାର‌୍ୟ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ । ଅଫିସିଆଲି ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। 
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :