ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୯ ଗତେ ୧୨ଶ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ରାତ୍ରି ୦୨.୪୯ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ।
ମଘା – ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ ।
ପୂ , ଫାଲଗୁନୀ - ପଢାରେ କ୍ଷତି ଘଟିବ । କର୍ମକ୍ଷେତ୍ରରେ କାମର ଭାର ବଢିବ । ରାଜନିତିରେ ଭଲ କାମ କରିବେ ।
ଉ ,ଫାଲଗୁନୀ – ଭୂ-ସମ୍ପତିକୁ ନେଇ କଳହ ଦେଖାଦେବ । ମହିଳା ମାନଙ୍କର ନନ୍ଧୁ ମିଳନ ଯୋଗ ରହିଛି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ।
ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧