ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ୱାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ।
ମୂଳା- ସୁନ୍ଦର କଳ୍ପନାରେ ବିଭୋର ହେବେ । ଅନ୍ୟ ମାନଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିପାରନ୍ତି ।
ପୂ,ଷାଢା-ଅନ୍ୟମନସ୍କ ରହି ବିଭିନ୍ନ ସମସ୍ୟାକୁ ଡାକି ଆଣି ପାରନ୍ତି । କୌଣସି ହୃଦୟବାନ୍ ବ୍ୟକ୍ତିଙ୍କ ସହାୟତାରରୁ କାର୍ଯ୍ୟ ସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ଉ,ଷାଢା- ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ସମ୍ପତି ଓ ଯାନବାହାନ କ୍ରୟବିକ୍ରୟ କରିପାରନ୍ତି । ସଞ୍ଚୟ କମ୍ ଓ ଖର୍ଚ୍ଚ ଅଧିକ ହେବ ।
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩