• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th October 2024: ଏହି ରାଶିର ବ୍ୟକ୍ତିଙ୍କର ପ୍ରେମରେ ପଡିବ ଫାଟ, ସତର୍କ ରୁହନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୮ ଗତେ ମୀନ ତିଥି- ୧୩ଶୀ ରାତ୍ରି ୧୨.୧୯ ଗତେ ୧୪ଶୀ, ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୦୪.୪୮ ଗତେ ଧନୁ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୭ ଗତେ ୧ ପାଦ-କୃଷିହାନି-ଭୂମିଦାନ

Scorpio

ବିଛା

Tuesday 15 Oct 2024

ବିଶାଖା- ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ କୌଣସି କାମ ଅଟକି ରହିବ ନାହିଁ । ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠା ହୋଇପାରେ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ ।

ଅନୁରାଧା- ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବେ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ । ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ ।

ଜ୍ୟେଷ୍ଠା- କଳା, ସାହିତ୍ୟ,ଗବେଷଣା, ବାଣିଜ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି କରିପାରନ୍ତି । ଜମିଜମା, ଯାନବାହନ ଓ ଲୋକସମ୍ପର୍କ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ । ଆପଣଙ୍କ ନୀରବତାକୁ ସମ୍ପର୍କୀୟମାନେ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବେ ।

ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :