• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th October 2024: ଏହି ରାଶିର ବ୍ୟକ୍ତିଙ୍କର ପ୍ରେମରେ ପଡିବ ଫାଟ, ସତର୍କ ରୁହନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୮ ଗତେ ମୀନ ତିଥି- ୧୩ଶୀ ରାତ୍ରି ୧୨.୧୯ ଗତେ ୧୪ଶୀ, ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୦୪.୪୮ ଗତେ ଧନୁ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୭ ଗତେ ୧ ପାଦ-କୃଷିହାନି-ଭୂମିଦାନ

Pisces

ମୀନ

Tuesday 15 Oct 2024

ପୂ,ଭାଦ୍ରପଦ-ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ । ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ

ଉ,ଭାଦ୍ରପଦ- ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ଆସିପାରେ । ଅସ୍ଥାବର ସମ୍ପତ୍ତି କିଣିବା ର ସୁଯୋଗ ମିଳିପାରେ । ବିଦ୍ୟାର୍ଥୀ ମାନେ ଦକ୍ଷତା ଅନୁସାରେ ଭଲ ଫଳାଫଳ ପାଇବେ ।

ରେବତୀ- ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ଯାତ୍ରା ସମୟରେ ଯାନ ବାହନରେ ସତର୍କ ରହିବା ଭଲ ନଚେତ୍ କୌଣସି ଅପ୍ରୀତିକର ପରିସ୍ଥତର ସାମ୍ନା କରିବାକୁ ପଡିପାରେ ।

ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :