ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି ।
ମଘା- ମାନସିକ ସ୍ତରରେ ଉନ୍ନତି ଆସିବ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି ।
ପୂ- ଫାଲ୍ଗୁନୀ- ରାଜନୀତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧାନ୍ୟତା ମିଳିବ । ବିଦ୍ୟାର୍ଥୀମାନେ ପଢାରେ ମନ ଲଗାଇବେ ।
ଉ- ଫାଲ୍ଗୁନୀ- କୋର୍ଟ କଚେରୀ ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂର ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।
ପ୍ରତିକାର – ମା’ ଭୁବନେଶ୍ୱରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧