• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th March 2024: ଏହି ରାଶିର ବ୍ୟକ୍ତିଙ୍କର ଭ୍ରମଣ ଯୋଗ ରହିଛି..

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଅହୋରାତ୍ର, ତିଥି- ୬ଷ୍ଠୀ ରାତ୍ରି ୧୦.୦୯ ଗତେ ୭ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତବାର- ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୮ ପର୍ଯ୍ୟନ୍ତ, ରାତ୍ରି ୧୦.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

Aries

ମେଷ

Friday 15 Mar 2024

ଅଶ୍ୱନୀ- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ।

ଦ୍ୱିଜା- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ ।

କୃତିକା- ଶିକ୍ଷା କ୍ଷେତ୍ରରେ ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ।

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :