ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର ।ଚନ୍ଦ୍ର – କନ୍ୟା ପ୍ରାତଃ ୦୬.୪୭ ଗତେ ତୁଳା,ତିଥି - ୮ମୀ ରାତ୍ରି ୦୭.୪୫ ଗତେ ୯ମୀ,ଘାତ ଚନ୍ଦ୍ର – ବୃଷ ପ୍ରାତଃ ୦୬.୪୭ ପର୍ଯ୍ୟନ୍ତ,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ
ଅଶ୍ୱନୀ – ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।
ଦ୍ୱିଜା – ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ରାଜନିତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ । ଛାତ୍ରଛାତ୍ରୀ ମାନେ ପଢାରେ କଷ୍ଟ କରିବେ ।
କୃତିକା – କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ । ଅଧିକ ମୂଲ୍ୟ ଦେଇ ଜମି କିଣିବେ । ମହିଳା ଛାତ୍ରୀ ମାନେ ପୁରସ୍କୃତ ହୋଇପାରନ୍ତି ।
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯