• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th July 2024: ଏହି ରାଶିର ବ୍ୟକ୍ତି ହେବେ ଖୁବ୍‌ ଲାଭବାନ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଦିବା ୦୮.୪୨ ଗତେ ତୁଳା । ତିଥି- ୮ମୀ ସନ୍ଧ୍ୟା ୦୫.୨୬ ଗତେ ୯ମୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର ।

Sagittarius

ଧନୁ

Sunday 14 Jul 2024

ମୂଳା-ପାରିବାରିକ ଜୀବନରେ ଆୟ ବୃଦ୍ଧି ହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ଯାହାକୁ ନିଜର ବୋଲି ମନେ କରିବେ ସେ ହିଁ ଧୋକାଦେବାର ବହୁ ସମ୍ଭାବନା ରହିଛି। ଅଭିଯୋଗକୁ ଗୁରୁତର ସହ ବିଚାର ନ କରିବା ବଡ଼ ଭୁଲ୍ ହୋଇପାରେ ।

ପୂ,ଷାଢା- ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଅତୀତରେ ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବା ସୂଚନା ରହିଛି।

ଉ,ଷାଢା- ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତିତର୍କଜନିତ ଅଯଥା ଅଶାନ୍ତି ଓ କଳହକୁ କରିବାକୁ ପଡ଼ିପାରେ। ଅନ୍ୟ ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶନି ଦେବଙ୍କ ପୂଜା ପୂଜା କରନ୍ତୁ