• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th July 2024: ଏହି ରାଶିର ବ୍ୟକ୍ତି ହେବେ ଖୁବ୍‌ ଲାଭବାନ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଦିବା ୦୮.୪୨ ଗତେ ତୁଳା । ତିଥି- ୮ମୀ ସନ୍ଧ୍ୟା ୦୫.୨୬ ଗତେ ୯ମୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର ।

Libra

ତୁଳା

Sunday 14 Jul 2024

ଚିତ୍ରା- ଭୁଲ୍ ବୁଝାମଣା ହେତୁ ଦୀର୍ଘଦିନର ସୁସମ୍ପର୍କରେ ଭଟ୍ଟା ପଡ଼ିପାରେ। ସ୍ବାସ୍ଥ୍ୟ ସମସ୍ୟା ନିମ୍ନାଭିମୁଖୀ ହେବା କାରଣରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ପଡ଼ୋଶୀଙ୍କ ସହ ହଠାତ୍ ବଦଳିବା ଆଶା ନିରର୍ଥକ ହୋଇପାରେ।

ସ୍ୱାତୀ- ଆନୁଷ୍ଟାନିକ କାମ ସକାଶେ ବିଶେଷ ଭାବେ ଧାଁଦଉଡ କରିବାକୁ ପଡିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ କାମଟିକୁ ପୂରା କରିପାରିବେ ନାହିଁ ।

ବିଶାଖା- ରାଜନୀତିରେ ଲୋକଙ୍କ ସମ୍ପର୍କରେ ରହିବେ । ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ । ମହିଳା ମାନେ ଉତ୍ସାହିତ ରହିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର-ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ