ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୯ମୀ ରାତ୍ରି ୧୧.୧୩ ଗତେ ୧୦ମୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି - ତିଳକାଞନ ଦାନ ଦିବା ୦୯.୧୪ ପର୍ଯ୍ୟନ୍ତ ।
ଉ, ଷାଢା- ସ୍ୱାସ୍ଥ୍ୟ ସମସ୍ୟା କମିଯିବାରୁ ଆଶ୍ୱସ୍ତି ଲାଭ କରିବେ । ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ।
ଶ୍ରବଣା- ମାଙ୍ଗଳିକ କାମ ଲାଗି ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ। ଅନ୍ୟମାନଙ୍କ ଭୁଲ୍ ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
ଧନିଷ୍ଠା- ସାମାଜିକ ସ୍ତରରେ କିମ୍ବା ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଜମିଜମା କାରବାରରେ ବିଳମ୍ବ ହେତୁ ସମସ୍ୟା ଦେଖାଦେଇପାରେ।
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୭