ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୯ମୀ ରାତ୍ରି ୧୧.୧୩ ଗତେ ୧୦ମୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି - ତିଳକାଞନ ଦାନ ଦିବା ୦୯.୧୪ ପର୍ଯ୍ୟନ୍ତ ।
ବିଶାଖା- ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ ହେବ । ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ । ପ୍ରଶାସନ, ରାଜନୀତି, କୃଷିବାଣିଜ୍ୟ,ବନ୍ଧୁମିଳନରେ ସୁଫଳ ପାଇବେ । କର୍ମକ୍ଷେତ୍ରରେ ଅବହେଳାରୁ ବଡ଼ ସୁଯୋଗଟିଏ ହାତଛଡ଼ା ହୋଇପାରେ।
ଅନୁରାଧା- ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ । କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ କୃତିତ୍ୱରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ
ଜ୍ୟୋଷ୍ଠା- ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ । ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି
ପ୍ରତିକାର – ମନ୍ଦାର ଫୁଲକୁ ସୂର୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯