• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ଯୋଜନାରେ ଚୁକ୍ତିପତ୍ର ସ୍ୱାକ୍ଷରିତ କରିବେ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୯ମୀ ରାତ୍ରି ୧୧.୧୩ ଗତେ ୧୦ମୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି - ତିଳକାଞନ ଦାନ ଦିବା ୦୯.୧୪ ପର୍ଯ୍ୟନ୍ତ ।

Virgo

କନ୍ୟା

Friday 14 Apr 2023

ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ଦୁଶ୍ଚିନ୍ତାର କାରଣ ହୋଇପାରେ । ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ।

ହସ୍ତା- କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବଞ୍ଚିତ ଅଭିଳାଷ ପୂରଣ ହେବ ।

ଚିତ୍ରା- ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ । ଦରକାରି ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ 

ପ୍ରତିକାର - ଦହି ଖାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :