• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th October 2024: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ-ବାଣିଜ୍ୟରେ ସଫଳତା ପାଇବେ...

ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକମାନେ ଲାଭରେ ରହିବେ । ପାରିବାରିକ ଚାପରେ ବୃଦ୍ଧି ଘଟିବାର ସମ୍ଭାବନା ଅଛି।

Scorpio

ବିଛା

Sunday 13 Oct 2024

ବିଶାଖା- ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍ରେ ହୋଇଯିବ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।

ଅନୁରାଧା- କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । ଯାତ୍ରାରେ ବିଳମ୍ବ ଘଟିପାରେ ।

ଜ୍ୟୋଷ୍ଠା- ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ପ୍ରତିକାର – ମା’ ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :