ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୧୦ ଗତେ ମେଷ,ତିଥି- ୧୨ଶୀ ଦିବା ୦୧.୦୧ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୧୦ ଗତେ ମେଷ ରାଶିର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୦୧ ପର୍ଯ୍ୟନ୍ତ
ମଘା- ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ଦେଖାଦେଇ ପାରେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ପାରିବାରିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ୟ ଜୀବନରେ ସମ୍ପର୍କରେ ଉନ୍ନତି ଆସିବ
ପୂ,ଫାଲଗୁନି- ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ ।
ଉ,ଫାଲଗୁନି- ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ନିଜର ଶକ୍ତି ଓ ସାମର୍ଥ ପାଇଁ ସୁନାମ ଅର୍ଜନ କରିବେ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧