ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୧.୫୮ ଗତେ ବୃଷ ,ତିଥି – ୧୧ଶୀ ସନ୍ଧ୍ୟା ୦୬.୨୫ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୬.୨୫ ଗତେ ୨ପାଦ-ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ
ଉ, ଷାଢା- ଅନାବଶ୍ୟକ କଥା ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଶ୍ରବଣା- ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ। ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଧନିଷ୍ଠା- ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମନୋରଞନ କାର୍ୟ୍ୟରେ ଅଶାନ୍ତି ଉପୁଜିବ
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮