ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୧.୫୮ ଗତେ ବୃଷ ,ତିଥି – ୧୧ଶୀ ସନ୍ଧ୍ୟା ୦୬.୨୫ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୬.୨୫ ଗତେ ୨ପାଦ-ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ
ମୂଳା- ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ସମ୍ପର୍କୀୟଙ୍କ ବେଖାତିର ମନୋଭାବ ଯାହାକି କାହାକୁ କହି ପାରିବେ ନାହିଁ କିନ୍ତୁ ମନେ ମନେ ଅସନ୍ତୁଷ୍ଟ ରହିବେ।
ପୂ, ଷାଢା- ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ବହୁତ ସମାଲୋଚନା କରିବେ।
ଉ, ଷାଢା- ଭାଙ୍ଗିପଡିଥିବା ସମ୍ପର୍କକୁ ପୁଣି ଯୋଡିବାକୁ ଚେଷ୍ଟା କରି ଅସଫଳ ହୋଇପାରନ୍ତି। ନିଜ ପରିସରର ବ୍ୟକ୍ତିମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ କଳୁଷିତ କରିପାରନ୍ତି।
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩