ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୧.୫୮ ଗତେ ବୃଷ ,ତିଥି – ୧୧ଶୀ ସନ୍ଧ୍ୟା ୦୬.୨୫ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୬.୨୫ ଗତେ ୨ପାଦ-ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ
ବିଶାଖା- କାମଗୁଡିକରେ କୌଣସି ପ୍ରତିବନ୍ଧକ ନ ରହିଲେ ମଧ୍ୟ ସେତେଟା ପ୍ରୀତିପ୍ରଦ ରହିବ ନାହିଁ । ନିକଟରେ ରହୁଥିବା ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଦୁଃଖ ଭୁଲି ଯିବାରେ ସାହାଯ୍ୟ କରିବ।
ଅନୁରାଧା- କାର୍ୟ୍ୟ ହାସଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ର ସକାଶେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହେବ।
ଜ୍ୟୋଷ୍ଠା- ସାଙ୍ଗଠନିକ କାର୍ୟ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯