ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୧.୫୮ ଗତେ ବୃଷ ,ତିଥି – ୧୧ଶୀ ସନ୍ଧ୍ୟା ୦୬.୨୫ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୬.୨୫ ଗତେ ୨ପାଦ-ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ
ଚିତ୍ରା- ଆମୋଦ, ପ୍ରମୋଦରେ ଦିନ କଟିବ । ଧର୍ମ ଭାବନାରୁ ଶାନ୍ତି ମିଳିବ । କର୍ମକ୍ଷେତ୍ର, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ସ୍ୱାତୀ- କେତେକ କ୍ଷେତ୍ରରେ ଅନ୍ୟକୁ ଖୁସି କରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେଇପାରନ୍ତି । ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ।
ବିଶାଖା- ପ୍ରକାଶନ, ପାରିବାରିକ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର୍ୟ୍ୟରେ ଅଗ୍ରଗତି ଘଟିବ।
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬