ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୧.୫୮ ଗତେ ବୃଷ ,ତିଥି – ୧୧ଶୀ ସନ୍ଧ୍ୟା ୦୬.୨୫ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୬.୨୫ ଗତେ ୨ପାଦ-ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ
ପୂ, ଭାଦ୍ରପଦ- ଉପରିସ୍ଥଙ୍କ ସାହାଯ୍ୟରୁ ଅଫିସିଆଲି ଟେନ୍ସନ କମିଯିବ ଏବଂ ସହଯୋଗଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ହୋଇପାରେ।
ଉ, ଭାଦ୍ରପଦ- ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ କରିବେ । ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ରହିବେ।
ରେବତୀ- ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧର୍ୟ୍ୟର ସହିତ ସବୁ କାର୍ୟ୍ୟକୁ ସମାଧାନ କରିପାରିବେ ।
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩