ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ଦିବା ୦୧.୧୯ ଗତେ ବୃଷ । ତିଥି-୧୩ଶୀ ରାତ୍ରି ୦୭.୪୦ ଗତେ ୧୪ଶୀ।
ଅଶ୍ୱନୀ- ସ୍ୱାସ୍ଥ୍ୟକୁ ନେଇ ନାନା ପ୍ରକାର ସମସ୍ୟାର ସମ୍ନା କରିବାକୁ ପଡିପାରେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ ।
ଦ୍ୱିଜା- ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବା ସହିତ ଭାତୃ ସଂପର୍କରେ ଉନ୍ନତି ଘଟିବ । ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି
କୃତିକା- ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ । ପୈତୃକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତିୟ ବ୍ୟକ୍ତି ଲାଭବାନ୍ ହେବ ।
ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ଦିବା ୦୧.୧୯ ଗତେ ବୃଷ । ତିଥି-୧୩ଶୀ ରାତ୍ରି ୦୭.୪୦ ଗତେ ୧୪ଶୀ। ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୧.୧୯ ଗତେ ବିଛା ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ପ୍ରାତଃ ୦୭.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୫.୪୭ ପର୍ଯ୍ୟନ୍ତ ।