• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th October 2024: ଆଜି ଏହି ରାଶିର ବ୍ୟକ୍ତି ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର ଚନ୍ଦ୍ର- ମକର ଅହୋରାତ୍ର ତିଥି- ୯ମୀ ଦିବା ୧୦.୫୮ ଗତେ ୧୦ମୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Libra

ତୁଳା

Saturday 12 Oct 2024

ଚିତ୍ରା- ସୁସ୍ଥତା ପ୍ରକାଶ ପାଇବ । ଅଭାବ ହେତୁ ପରିବାରରେ କଳହ ଦେଖାଦେବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ ।

ସ୍ୱାତୀ- ନୂଆ କାମ ହାସଲ କରିବେ । ରାଜନୀତିରେ ବିବାଦରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।

ବିଶାଖା- ଚାକିରିରେ ସହକର୍ମୀ ମାନେ ଅସହଯୋଗ କରିବେ । ରାଜନୀତିରେ ଦଳୀୟ ନେତାଙ୍କ ଠାରୁ ସାବଧାନ୍ ରୁହନ୍ତୁ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।

ପ୍ରତିକାର – ଶିବଙ୍କର ଦର୍ଶନ ସହ ପୂଜାପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :