• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th May 2023: ଶାରୀରିକ ଅସୁସ୍ଥତା ଦେଖାଦେବ, ପ୍ରତିକାର ପାଇଁ କରିବେ କଣ?

ସୌର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ରାତ୍ରି ୧୨.୧୮ ଗତେ ବୃଷ। ତିଥି– ୭ମୀ ଦିବା ୦୯.୦୬ ଗତେ ୯ମୀ ଘାତ ଚନ୍ଦ୍ର- ସିଂହ ରାତ୍ରି ୧୨.୧୮ ଗତେ ମିଥୁନ, ମୀନ; ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ

Virgo

କନ୍ୟା

Friday 12 May 2023

ଉ- ଫାଲ୍‌ଗୁନୀ- ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍

ହସ୍ତା- ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଂଶସିତ ହେବେ । କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ

ଚିତ୍ରା- ଜମି ବିବାଦୀୟ ପରିସି୍ଥତି ଭିନ୍ନରୂପ ନେଇପାରେ । ମହିଳା ମାନଙ୍କର ମାନସିକ ସ୍ଥିତି ଭଲ ରହିବ ନାହିଁ । ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ । ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି।

ପ୍ରତିକାର- ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :