• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th August 2023: ଏହି ସବୁ ରାଶିର ବ୍ୟକ୍ତି ବିଶେଷ ଆଜି ସାବଧାନ ରୁହନ୍ତୁ, ନଚେତ୍‌ ପଡ଼ିପାରନ୍ତି ବଡ଼ ସମସ୍ୟାରେ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର-ବୃଷ ଦିବା ୦୪.୫୮ ଗତେ ମିଥୁନ । ତିଥି-୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ । ଘାତ ଚନ୍ଦ୍ର-କନ୍ୟା ଅହୋରାତ୍ର । ଘାତବାର-ବୃଷ ସିଂହ ଓ କନ୍ୟା ।

Libra

ତୁଳା

Saturday 12 Aug 2023

ଚିତ୍ରା - ପରିବାରରେ ସବୁ କିଛି ଭଲ ରହିବ । ବିଦ୍ୟାର୍ଥୀମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କ୍ୟାରିୟରକୁ ପରିବର୍ତ୍ତନ କରିପାରନ୍ତି ।

ସ୍ୱାତୀ - ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ଗୁରୁଜନ ମାନେ ନିଜ ସନ୍ତାନ ମାନଙ୍କୁ ନେଇ ଚିନ୍ତିତ ରହିବେ । ମହିଳାମାନେ ଉଚ୍ଚମନା ରହିବେ ।

ବିଶାଖା - ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନହେଲେ ଅସୁବିଧାରେ ପଡିପାରନ୍ତି । ନୂତନ ଘର ଓ ଜମିବାଡି କିଣିବାର ସୁଯୋଗ ପାଇପାରନ୍ତି ।

ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ ।

ପ୍ରତିକାର - କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।