• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th August 2023: ଏହି ସବୁ ରାଶିର ବ୍ୟକ୍ତି ବିଶେଷ ଆଜି ସାବଧାନ ରୁହନ୍ତୁ, ନଚେତ୍‌ ପଡ଼ିପାରନ୍ତି ବଡ଼ ସମସ୍ୟାରେ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର-ବୃଷ ଦିବା ୦୪.୫୮ ଗତେ ମିଥୁନ । ତିଥି-୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ । ଘାତ ଚନ୍ଦ୍ର-କନ୍ୟା ଅହୋରାତ୍ର । ଘାତବାର-ବୃଷ ସିଂହ ଓ କନ୍ୟା ।

Virgo

କନ୍ୟା

Saturday 12 Aug 2023

ଉ- ଫାଲ୍‌ଗୁନୀ - ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।

ହସ୍ତା - ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ମହିଳାମାନେ କର୍ତ୍ତବ୍ୟନିଷ୍ଠା ପରାୟଣ ରହିବେ । 

ଚିତ୍ରା - ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୌଣସି କାମକୁ ହାତକୁ ନେବେ । ବହୁ ଦିନର ମନସ୍କାମନା ପୂରଣ ହେବ ।

ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ ।

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ ।