• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th August 2023: ଏହି ସବୁ ରାଶିର ବ୍ୟକ୍ତି ବିଶେଷ ଆଜି ସାବଧାନ ରୁହନ୍ତୁ, ନଚେତ୍‌ ପଡ଼ିପାରନ୍ତି ବଡ଼ ସମସ୍ୟାରେ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର-ବୃଷ ଦିବା ୦୪.୫୮ ଗତେ ମିଥୁନ । ତିଥି-୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ । ଘାତ ଚନ୍ଦ୍ର-କନ୍ୟା ଅହୋରାତ୍ର । ଘାତବାର-ବୃଷ ସିଂହ ଓ କନ୍ୟା ।

Leo

ସିଂହ

Saturday 12 Aug 2023

ମଘା - ଖାଦ୍ୟ ଓ ପାନୀୟ ପ୍ରତି ସଚେତନ ରହିବା ଉଚିତ୍ । ଘର ପାଇଁ ଆସବାବ କ୍ରୟ କରିବେ । ବ୍ୟବସାୟକୁ ନେଇ ସାମାନ୍ୟ ଚିନ୍ତାରେ ରହିପାରନ୍ତି ।

ପୂ- ଫାଲ୍‌ଗୁନୀ - ସମ୍ପତି ବୃଦ୍ଧି ହୋଇପାରେ । ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିବ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।

ଉ- ଫାଲ୍‌ଗୁନୀ - କୋର୍ଟ କଚେରୀରେ ଶୁଭଫଳ ପ୍ରାପ୍ତ କରିବେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ।

ପ୍ରତିକାର - ମାଙ୍କଡ଼କୁ ଫଳ ଖାଇବାକୁ ଦିଅନ୍ତୁ ।