• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th August 2023: ଏହି ସବୁ ରାଶିର ବ୍ୟକ୍ତି ବିଶେଷ ଆଜି ସାବଧାନ ରୁହନ୍ତୁ, ନଚେତ୍‌ ପଡ଼ିପାରନ୍ତି ବଡ଼ ସମସ୍ୟାରେ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର-ବୃଷ ଦିବା ୦୪.୫୮ ଗତେ ମିଥୁନ । ତିଥି-୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ । ଘାତ ଚନ୍ଦ୍ର-କନ୍ୟା ଅହୋରାତ୍ର । ଘାତବାର-ବୃଷ ସିଂହ ଓ କନ୍ୟା ।

Pisces

ମୀନ

Saturday 12 Aug 2023

ପୂ, ଭାଦ୍ରପଦ - ସମ୍ପର୍କୀୟ ବନ୍ଧୁଙ୍କ ସାହାର‌୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ ।

ଉ, ଭାଦ୍ରପଦ - ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ଅଧିକ ଆତ୍ମବିଶ୍ୱାସ ଅସୁବିଧାରେ ପକାଇପାରେ ।

ରେବତୀ - ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଧାର ଦେବା ନେବାରେ ନିବୃତ ରୁହନ୍ତୁ ।

ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ।

ପ୍ରତିକାର - ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।