• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 Feb 2024: ଏହି ରାଶିର ବ୍ୟକ୍ତିଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ

ସୈାର ମକରମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୬ ଗତେ ମୀନ । ତିଥି- ୩ୟା ସନ୍ଧ୍ୟା ୦୫.୪୪ ଗତେ ୪ର୍ଥୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୯.୩୬ ଗତେ ଧନୁ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୭ ପର୍ଯ୍ୟନ୍ତ ।

Scorpio

ବିଛା

Monday 12 Feb 2024

ବିଶାଖା- ଆପଣଙ୍କର ପ୍ରତ୍ୟେକ ପରିସ୍ଥିତି ସୁଧୁରି ଯିବ । କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇପାରନ୍ତି । ଘରଭଡାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । କୌଣସି ଘଟଣା ମନକୁ ବିବ୍ରତ କରିପାରେ ।

ଅନୁରାଧା- ସମ୍ପର୍କକୁ ଯୋଡ଼ିବାରେ ସାହାଯ୍ୟ କରିବେ । ଭାବପ୍ରବଣତା କାରଣରୁ ଜମିଜମା, ଟଙ୍କାକୁ ନେଇ ଚିନ୍ତିତ ହେବେ । କର୍ମକ୍ଷେତ୍ରରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍ ବୁଝିପାରନ୍ତି ।

ଜ୍ୟେଷ୍ଠା- ସାଧାରଣ କଥାକୁ ନେଇ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍ ହୋଇ ନ ପାରେ । ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ଯୋଡ଼ିହେବା କଷ୍ଟକର ହୋଇପାରେ । ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବାର ଆଶଙ୍କା ରହିଛି ।

ପ୍ରତିକାର- ସିନ୍ଦୂର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :