ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୨.୨୦ ଗତେ ମୀନ,ତିଥି- ୧୦ମୀ ସନ୍ଧ୍ୟା ୦୬.୪୬ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୦୨.୨୦ ଗତେ ଧନୁ ରାଶିର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ଦିବା ୦୯.୩୯ ଗତେ ୧-ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଉ,ଷାଢା- କର୍ମ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ସାଙ୍ଗସାଥୀ ମାନେ ସାହାର୍ଯ୍ୟ ସହଯୋଗ କରିବା ଫଳରେ ଆଶା କରିଥିବା କାମ ଟି ସମ୍ପନ୍ନ କରିପାରିବେ । ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ ।
ଶ୍ରବଣା- ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ରାଜନୀତିରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଆମୋଦ ପ୍ରମୋଦ ,କ୍ରିଡା, ମନୋରଞ୍ଜନ ରେ ଆଗ୍ରହ ବଢିବ ।
ଧନିଷ୍ଠା- ନିଜ ଲୋକମାନେ କହିବେ ଗୋଟିଏ କଥା ଏବଂ କାମ ବେଳକୁ ଠିକ୍ ତାହାର ଓଲଟା କରିପାରନ୍ତି। ପରିବହନରେ ଲାଭବାନ୍ ହେବେ।ଅତିଥି ସତ୍କାର କରି ଆତ୍ମସନ୍ତୋଷ ଲାଭ କରିବେ
ପ୍ରତିକାର- ଗୋମାତାଙ୍କୁ ସବୁଜ ଚାରା ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮