ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୮.୪୬ ଗତେ ମୀନ,ତିଥି – ୮ମୀ ଦିବା ୧୨.୦୬ ଗତେ ୯ମୀ । ଘାତ ଚନ୍ଦ୍ର – ମିଥୁନ, ମୀନ ଦିବା ୦୮.୪୬ ଗତେ ଧନୁ,ଘାତ ବାର – ମେଷ,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୨.୩୨ ଗତେ ୧ ପାଦ- କୃଷିହାନି- ଭୂମିଦାନ ।
ମଘା- ଅନେକାଂଶରେ ସ୍ୱାସ୍ଥ୍ୟ ସମସ୍ୟା ଦୂରିଭୂତ ହେବା ସହିତ ଶାରୀରିକ ସୁସ୍ଥତା ଫେରି ପାଇବେ । ବ୍ୟବସାୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବ । ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ
ପୂ- ଫାଲ୍ଗୁନୀ- ସାଥୀଙ୍କ ମଧ୍ୟରେ ଏକ ଭଲ ପାରସ୍ପରିକ ବୁଝାମଣା ହେବ । ସରକାରୀ କ୍ଷେତ୍ରରୁ ଲାଭ ପାଇପାରିବେ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ । ଭାବୁଥିବା କାମଟିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ
ଉ- ଫାଲ୍ଗୁନୀ- ହିସାବ , ନିକାଶ ପାଇଁ ସୁନ୍ଦର ଅବସର ପାଇ ପାରନ୍ତି । ପାଖରେ ଥିବା ଲୋକଟିର କଥା ସନ୍ଦେହ ଜନକ ରହିପାରେ । ଦେବୀମାତାଙ୍କ ଧ୍ୟାନରେ , ମନରେ ସକାରତ୍ମକ ଶକ୍ତି ସଂଚାର ହେବ ।
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧