ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬.୩୬ ଗତେ ତୁଳା,ତିଥି – ୩ୟା ରାତ୍ରି ୦୯.୪୨ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬.୩୬ ପର୍ଯ୍ୟନ୍ତ,ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
ଚିତ୍ରା- ଶାରୀରିକ କ୍ଲାନ୍ତି ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ
ସ୍ୱାତୀ- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ । ସାମାଜିକ କାର୍ୟ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ
ବିଶାଖା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ୟ୍ୟବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨