• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ୪ର୍ଥୀ ପ୍ରାତଃ ୦୭.୫୨ ଗତେ ୫ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ନାସ୍ତି ।

Libra

ତୁଳା

Wednesday 10 Jul 2024

ଚିତ୍ରା- ପ୍ରେମ କ୍ଷେତ୍ରରେ ପରିବାରର ସମର୍ଥନ ମିଳିବ । ଶାରୀରିକ ସୁସ୍ଥତା ସଙ୍ଗକୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାର‌୍ୟ୍ୟକ୍ଷେତ୍ରକୁ ତ୍ୱରାନ୍ବିତ କରିବ। କଳା, ସାହିତ୍ୟ ଓ କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇବେ।

ସ୍ୱାତୀ- ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ରାଜନୀତିରେ ସାହସିକ ପଦକ୍ଷମ ନେଇ ଆଗକୁ ଅତିକ୍ରମ କରିବେ ।

ବିଶାଖା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । କେତେକ ସାମାନ୍ୟ ଭୁଲ୍ରୁ ମଧ୍ୟ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ସନ୍ତାନଙ୍କ ବୈବାହିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହିବନାହିଁ।

ପ୍ରତିକାର – ପର୍ଶୁରାମଙ୍କ ଫଟୋ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :