ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି- ୧୧ଶୀ ଦିବା ୧୦.୧୯ ଗତେ ୧୨ଶୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-କୁଟିମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୧୯ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଉ-ଫାଲ୍ଗୁନୀ- ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବାକୁ ପଡ଼ିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବାର ସଦସ୍ୟଙ୍କ କାର୍ୟ୍ୟକଳାପ , ଅସନ୍ତୋଷ ସୃଷ୍ଟି କରିପାରେ।
ହସ୍ତା- ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୁଶ୍ଚିନ୍ତାର କାରଣ ହୋଇପାରେ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ସୃଷ୍ଠି ହେବ ।
ଚିତ୍ରା- ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ । କୋର୍ଟରେ ଚାଲିଥିବା ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବ । ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫