• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଯାନବାହନ କିଣିବାର ଯୋଗ ରହିଛି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ଦିବା ୦୯.୦୧ ଗତେ ସିଂହ,ତିଥି - ୩ୟା ଦିବା ୧୨.୦୯ ଗତେ ୪ର୍ଥୀ ଘାତ ଚନ୍ଦ୍ର - ଦିବା ୦୯.୦୧ ଗତେ କର୍କଟ, ମକର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ।

Sagittarius

ଧନୁ

Tuesday 10 Jan 2023

ମୂଳା- ଆଧାତ୍ମିକ ଦିଗ ପ୍ରତି ଅନୁପ୍ରାଣିତ ହୋଇପାରନ୍ତି । ଆପଣ ବିଦେଶୀ ଯୋଗାଯୋଗରୁ ମଧ୍ୟ ଲାଭ ପାଇବେ ଏବଂ ବ୍ୟବସାୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।

ପୂ, ଷାଢା- ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ ।

ଉ, ଷାଢା- ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି । ଧର୍ମ ଓ ସାଂସୃତିକ କାର‌୍ୟ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ

ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :