Daily Horoscope 10th Febryary 2025: ଆଜି ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ପାଇବେ,ମିଳିବ ଖୁସି ଖବର

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ,ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୦ ପର୍ଯ୍ୟନ୍ତ

Aries

ମେଷ

Monday 10 Feb 2025

ଅଶ୍ୱନୀ- ପରିସ୍ଥିତିବଶତଃ କଠୋର ବାକ୍ୟାଳାପରୁ ଦୂରେଇ ରହିବା ଭଲ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲାରେ ସମର୍ଥ ହେବେ । ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ପ୍ରତିପଦକ୍ଷେପରେ ବାଧା ସୃଷ୍ଟି କରିପାରେ।

ଦ୍ୱିଜା- କୌଣସି ଜିନିଷଟି ପାଇଁ ସହକର୍ମୀଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ। ଦୀର୍ଘଦିନର ଆଶା ଫଳବତୀ ହେବା ସୂଚନା ପାଇ ମନ ପ୍ରଫୁଲ୍ଲ ହୋଇଯିବ। ଆକସ୍ମିକ ଭାବରେ ଶତ୍ରୁମାନେ ମିତ୍ରଭାବ ପୋଷଣ କରିବାର ଅନୁଭବ କରିବେ।

କୃତିକା- କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । ବାଦୀୟ ସ୍ଥିତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ। ଦୀର୍ଘଦିନରୁ ଲାଗିରହିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି।

ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :