• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th August 2024: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଯାତ୍ରା କରିବେ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Capricorn

ମକର

Saturday 10 Aug 2024

ଉ,ଷାଢା- ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ । ଅନ୍ୟମନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ । ମାନସିକ ଏକାଗ୍ରତା ରଖି ପାରିବେ ନାହିଁ।

ଶ୍ରବଣା- ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇପାରନ୍ତି । ଶିକ୍ଷାର୍ଥୀମାନେ ଆତ୍ମ ନିର୍ଭରଶୀଳ ରହିବେ।

ଧନିଷ୍ଠା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ବହୁ ଦିନର ମନସ୍କାମନା ପୂରଣ ହେବ।

ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :