• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th August 2024: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଯାତ୍ରା କରିବେ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Gemini

ମିଥୁନ

Saturday 10 Aug 2024

ମୃଗଶିରା- ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ ।

ଆଦ୍ରା- ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ରାଜନୀତିରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ ।

ପୁନର୍ବସୁ- କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି।

ପ୍ରତିକାର – ମା’ ବିରଜାଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :