• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାର୍ଷିକ ରାଶିଫଳ: କିପରି କଟିବ ୨୦୨୩,ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ

ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ବୈାବାହିକ ଜୀବନ କ୍ଷେତ୍ରରେ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ, ପ୍ରେମ ସମ୍ପର୍କକୁ ଦୃଢ କରିବେ । ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପାଇବେ ।

Virgo

କନ୍ୟା

Sunday 01 Jan 2023

ସ୍ୱାସ୍ଥ୍ୟ:

ବର୍ଷର ପ୍ରାରମ୍ଭରୁ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ଆତ୍ମୀୟ ସୂଜନଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଧିରେ ଧିରେ ଦୂରିଭୂତ ହେବ । ବର୍ଷର ୨ୟାର୍ଦ୍ଧରେ ପୁରାତନ ରୋଗର ନିଦାନ ମିଳିବ । କଷ୍ଟ, ଯନ୍ତ୍ରଣାରୁ ମୁକ୍ତି ପାଇବେ । ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ

ବ୍ୟବସାୟ / କର୍ମ:

ବ୍ୟବସାୟୀ ମାନେ ବ୍ୟବସାୟରେ ନୂତନ ପ୍ରଣାଳୀରେ ଲାଭାଂଶ କମାଇବେ । ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ସୈାଖିନ ସାମଗ୍ରୀ ବ୍ୟବସାୟ , ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ । କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ । କିଛି କାର୍ଯ୍ୟ କଳାପ ଆପଣଙ୍କର ସରକାରଙ୍କ ବିରୋଧରେ ଯାଇପାରେ । ବର୍ଷର ୨ୟାର୍ଦ୍ଧରେ ନିଜର ଦକ୍ଷତା ପଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ରାଜନିତି କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିବେ ଦଳ ମଧ୍ୟରେ ଗୁରୁତ୍ୱ ବୃଦ୍ଧି ହେବ ।

ପାରିବାରକ ଜୀବନ-

ଆପଣଙ୍କର ସାଥୀ ପ୍ରତି ବିଶ୍ୱସ୍ତ ରହିବେ । ଆପଣଙ୍କର ସମ୍ପର୍କରେ ମଧୁରତା ଆସିପାରେ । କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ । ପାରିବାରିକ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିବ ତେଣୁ ଏହି ସମୟ ମଧ୍ୟରେ ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କୌଣସି ଅତ୍ୟାବଶ୍ୟକ ଜିନିଷ ଖର୍ଚ୍ଚ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ ।

ବୈବାହିକ ଜୀବନ:

ଆପଣଙ୍କର ସମ୍ପର୍କ ଆନନ୍ଦରେ ପରିପୂର୍ଣ୍ଣ ହେବ ଏବଂ ଆପଣଙ୍କ ମଧ୍ୟରେ ପ୍ରେମ ବଢ଼ିବ । ବୈବାହିକ ଜୀବନ ପାଇଁ ଏକ ଅନୁକୂଳ ସମୟ ଭାବରେ ପରିଗଣିତ ହେବ । ବୈବାହିକ ଜୀବନରେ ଧୀରେ ଧୀରେ ଉନ୍ନତି ଆରମ୍ଭ ହେବ । ପରିବାରକୁ ଖୁସି କରିବା ପାଇଁ ବହୁତ ପରିଶ୍ରମ କରିବେ ଯାହା ଆପଣଙ୍କର ସମ୍ପର୍କ ବଢ଼ାଇବାରେ ସାହାଯ୍ୟ କରିବ

ଧନ / ସମ୍ପତି:

ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ । ଋଣ ନେଇ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାରେ ଅସୁବିଧା ହୋଇପାରେ । ଆପଣ କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବେ । ବର୍ଷର ଦ୍ୱିତୀୟାଦ୍ଧରେ ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ । ପରିସ୍ଥିତି ବହୁତ ଭଲ ହେବାକୁ ଲାଗିବ

ଶିକ୍ଷା / କ୍ୟାରିୟର:

ନିଜର କ୍ୟାରିୟର ବିକାଶ ପାଇଁ ସମସ୍ତ ପ୍ରୟାସ କରିବେ । ଏକାଡେମିକ୍ କାର୍ଯ୍ୟ ଉପରେ ଧ୍ୟାନ ରଖିବା ଉଚିତ୍ । ଭଲ ଖବରକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ । ଛାତ୍ରମାନଙ୍କର ଦକ୍ଷତା ଅନୁସାରେ ଭଲ ଫଳାଫଳ ପାଇବେ । ଶିକ୍ଷାରେ ଭଲ କରିବା ପାଇଁ ଅନେକ ଚାପରେ ରହିପାରନ୍ତି । ଅଧ୍ୟୟନ ଜାରି ରଖିବାରେ ସକ୍ଷମ ହୋଇପାରନ୍ତି । ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ

ପ୍ରତିକାର:

  • .ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
  • .ନିଜର ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ପାରାକୁ କିଛି ଖାଦ୍ୟ ଦେଇ ଖାଦ୍ୟ ଗ୍ରହଣ କରନ୍ତୁ ।