• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାର୍ଷିକ ରାଶିଫଳ: କିପରି କଟିବ ୨୦୨୩,ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ

ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ବୈାବାହିକ ଜୀବନ କ୍ଷେତ୍ରରେ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ, ପ୍ରେମ ସମ୍ପର୍କକୁ ଦୃଢ କରିବେ । ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପାଇବେ ।

Leo

ସିଂହ

Sunday 01 Jan 2023

ସ୍ୱାସ୍ଥ୍ୟ:

ଶାରୀରିକ କ୍ଲେଶ ଦ୍ୱର ହେବା ସହିତ ପୁରାତନ ରୋଗର ଉପସମ ମିଳିବ । ଆଧାତ୍ମିକ ଦିଗ ପ୍ରତି ଅନୁପ୍ରାଣିତ ହୋଇପାରନ୍ତି । ମାନସିକ ଅବସ୍ଥାରେ ପରିବର୍ତନ ହୋଇପାରେ । ବର୍ଷର ମଧ୍ୟ ଭାଗରେ ଗୁରୁଜନ ମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ ।

ବ୍ୟବସାୟ / କର୍ମ:

କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଯୋଜନା ଆଣିବେ ।. ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆପଣ ବିଦେଶୀ ଯୋଗାଯୋଗରୁ ମଧ୍ୟ ଲାଭ ପାଇବେ ଏବଂ ବ୍ୟବସାୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ

ପାରିବାରିକ ଜୀବନ:

.ଭାଇ ଭଉଣୀଙ୍କର ସମ୍ପର୍କରେ ଉନ୍ନତି ଆଣିବେ । ବିବାଦୀୟ ପରିସ୍ଥିତିର ସୁଧାର ଆଣିବେ । ପରିବାରରେ ସୁଖ ଏବଂ ଶାନ୍ତି ରହିବ । ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ

ବୈାବାହିକ ଜୀବନ:

ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ କିଛି ସମୟ ପାଇଁ ଚିନ୍ତିତ ହୋଇପାରନ୍ତି । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । .ଆପଣଙ୍କର ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିବେ

ଧନ / ସମ୍ପତି:

ବିବାଦୀୟ ସମ୍ପତିର ମାଲିକାନା ପାଇପାରନ୍ତି । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ । କରଜ ଦାତା ମାନଙ୍କର ଚାପ ବୃଦ୍ଧି ପାଇପାରେ । ସଞ୍ଚିତ ଅର୍ଥ ଖର୍ଚ୍ଚ ହେବାର ଯୋଗ ରହିଛି ।.

ଶିକ୍ଷା / କ୍ୟାରିୟର:

ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଶ୍ରେୟ ହାସଲ କରିବେ । ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ଆସିପାରେ । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ ।

ପ୍ରତିକାର:

  • ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
  • ଗଣେଷଙ୍କୁ ଦୂବ ଦାନ କରନ୍ତୁ
  • କୋଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଦହି ଖାଇ ଘରୁ ବାହାରନ୍ତୁ