• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାର୍ଷିକ ରାଶିଫଳ: କିପରି କଟିବ ୨୦୨୩,ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ

ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ବୈାବାହିକ ଜୀବନ କ୍ଷେତ୍ରରେ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ, ପ୍ରେମ ସମ୍ପର୍କକୁ ଦୃଢ କରିବେ । ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପାଇବେ ।

Cancer

କର୍କଟ

Sunday 01 Jan 2023

ସ୍ୱାସ୍ଥ୍ୟ:

.ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣଙ୍କୁ ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଛାତି ସଂକ୍ରମଣ କିମ୍ବା ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇପାରନ୍ତି । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଯେକୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ଅବହେଳା କରିବା ପାଇଁ ବାଧ୍ୟ ହୋଇପଡିବେ

ବ୍ୟବସାୟ / କର୍ମ:

.ବ୍ୟବସାୟରେ ପରିବର୍ତନ ଆଣିବା ସହିତ କିଛି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ ମାନେ କୈାଶଳ କରି ଆପଣଙ୍କ ଠାରୁ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଅତ୍ୟଧିକ କାର୍ଯ୍ୟ ଭାରର ଚାପ ଆପଣଙ୍କୁ ପ୍ରଭାବିତ କରିପାରେ । ସରକାରଙ୍କ ତରଫରୁ ଆପଣଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଆଦାନ ପ୍ରଦାନ ପାଇଁ ଏକ ସୁଯୋଗ ଆସିପାରେ।

ପରିବାରିକ ଜୀବନ:

ପରିବାରରରେ ଶାନ୍ତି ପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ । ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ । ପୁତ୍ର କନ୍ୟା ମାନଙ୍କର ଆଚରଣ ଆପଣଙ୍କୁ ଆଘାତ ଦେଇପାରେ । ପାରିବାରିକ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ପାରିବାରିକ ପରିବେଶ ଖରାପ ହୋଇପାରେ

ବୈାବାହିକ ଜୀବନ:

.ଦାମ୍ପତ୍ୟ ଜୀବନରେ ପତୀପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇବ । ଅବିବାହିତଙ୍କୁ ଯୁବକ ଯୁବତୀ ମାନଙ୍କୁ କୈାଣସି ସମାରୋହରେ ଜୀବନସାଥି ମିଳିପାରେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ ।

ଧନ / ସମ୍ପତି:

.ଆପଣ ଦୀର୍ଘ ସମୟରୁ ବିନିଯୋଗ କରିଥିବା ଅର୍ଥର ଲାଭାଂଶ ପାଇବେ । ପୈତୃକ ସମ୍ପତ୍ତି ବ୍ୟବହାର କରି କିଛ଼ି ଅର୍ଥ କମାଇ ପାରନ୍ତି । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ । ଅଟୋମୋବାଇଲ କ୍ଷେତ୍ରରେ ଅର୍ଥ ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହେବ ନାହିଁ

ପ୍ରତିକାର:

  • .ମାଆ ଭୂବନେଶୂରୀ ଯନ୍ତ୍ରିକ ମହାକବଚ ଧାରଣ କରନ୍ତୁ
  • .ପ୍ରତ୍ୟେକ ପୂର୍ଣ୍ଣମା ଦିନ କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ