• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାର୍ଷିକ ରାଶିଫଳ: କିପରି କଟିବ ୨୦୨୩,ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ

ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ବୈାବାହିକ ଜୀବନ କ୍ଷେତ୍ରରେ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ, ପ୍ରେମ ସମ୍ପର୍କକୁ ଦୃଢ କରିବେ । ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପାଇବେ ।

Gemini

ମିଥୁନ

Sunday 01 Jan 2023

ସ୍ୱାସ୍ଥ୍ୟ:

ପୂର୍ବ ସମୟ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ କିନ୍ତୁ ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରି ପାରନ୍ତି । ଗମନାଗମନ ସମୟରେ ଭୂତାଣୁ ସଂକ୍ରମଣ ହୋଇପାରେ ସେଥିପ୍ରତି ସତର୍କ ରୁହନ୍ତୁ । ପେଟରେ କୈାଣସି ରୋଗ ହେବାର ଲକ୍ଷଣ ଦେଖା ଦେଇପାରେ । ଆପଣଙ୍କର ମାନସିକ ଚାପ କିଛି ପରିମାଣରେ ନିୟନ୍ତ୍ରଣରେ ରହିବ । ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ

ବ୍ୟବସାୟ / କର୍ମ:

ଅଧାରୁ ଛାଡିଦେଇଥିବା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କର ବିଶ୍ୱାସ ଆସିବ । ପୁରୁଣା କମ୍ପାନୀକୁ ଛାଡି ନୂଆ କମ୍ପାନୀରେ ଯୋଗ ଦେବାକୁ ନିଷ୍ପତି ନେଇପାରନ୍ତି । କର୍ମକ୍ଷେତ୍ରରେ ଅଧିକ ଯତ୍ନବାନ ହେବାକୁ ପଡିବ

ପାରିବାରିକ ଜୀବନ:

.ପାରିବାରିକ ଜୀବନରେ କମ୍ ଚାପ ରହିବ । ପରିବାର ସଦସ୍ୟ ମାନଙ୍କ ଭିତରେ ସମନ୍ୱୟ ଭଲ ରହିବ । ପରିବାରରେ ସମ୍ପତିକୁ ନେଇ ବିବାଦ ଉପୁଜିଲେ ବି ଆପସ ବୁଝାବଣା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ । ପିତା.ମାତାଙ୍କ ଆର୍ଶିବାଦ ସହ ଆପଣ ସବୁ କାର୍ଯ୍ୟ ସମ୍ପନ୍ନ କରିବେ

ବୈାବାହିକ ଜୀବନ:

. ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରି ପାରନ୍ତି । ବିବାହ ଜୀବନରେ ପ୍ରେମ ବଢିପାରେ । ପତି,ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିବ । ଜୀବନ ସାଥୀଙ୍କ ସହିତ ବୁଲିବା ପାଇଁ ଯାଇପାରନ୍ତି । ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ

ଧନ / ସମ୍ପତି:

ସ୍ଥାବର ଅସ୍ଥାବର ସମ୍ପତିର ମାଲିକାନା ପାଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ

ଶିକ୍ଷା / କ୍ୟାରିୟର:

. ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବ ଏବଂ କମ୍ ପରିଶ୍ରମ ସତ୍ତ୍ୱେ ଅନୁକୂଳ ଫଳାଫଳ ପାଇବେ । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ

ପ୍ରତିକାର:

  • ତ୍ରିପୁରା ସିନ୍ଦରୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ
  • ବୁଧବାର ଦିନ ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ