• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାର୍ଷିକ ରାଶିଫଳ: କିପରି କଟିବ ୨୦୨୩,ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ

ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ବୈାବାହିକ ଜୀବନ କ୍ଷେତ୍ରରେ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ, ପ୍ରେମ ସମ୍ପର୍କକୁ ଦୃଢ କରିବେ । ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପାଇବେ ।

Aries

ମେଷ

Sunday 01 Jan 2023

ସ୍ୱାସ୍ଥ୍ୟ:

.ଆତ୍ମୀୟ ମାନଙ୍କର ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ଦେଖାଦେଇ ପାରେ । ଅନ୍ତନଳୀରେ କିଛି ସମସ୍ୟା ଅନୁଭବ କରିପାରନ୍ତି । ବର୍ଷର ମଧ୍ୟ ଭାଗରୁ ସମସ୍ତ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ମନବଳ ବୃଦ୍ଧି ପାଇବ । ଅସନ୍ତୁଳିତ ଖାଦ୍ୟ ଏବଂ ପାନୀୟ ଆପଣଙ୍କୁ ଅସୁସ୍ଥ କରିପାରେ । ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି

ବ୍ୟବସାୟ / କର୍ମ:

ବ୍ୟବସାୟରେ କିଛି ନୂତନ ଚୁକ୍ତି ପତ୍ର ସମ୍ପାଦନା କରିପାରନ୍ତି । ବୈଦେଶିକ ବ୍ୟବସାୟରୁ ଲାଭବାନ୍ ହେବେ । ରତ୍ନ ପଥର, ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ନିଜ ମନ ଅନୁଯାୟୀ କର୍ମ କରିବାର ସ୍ୱାଧିନତା ପାଇବେ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ ।

ପାରିବାରିକ ଜୀବନ:

.ପରିବାରରେ ଚାଲିଥିବା ସମସ୍ତ ପ୍ରକାର ବାଦ ବିବାଦର ସମାଧାନ କରିବେ ଓ ସମ୍ପର୍କରେ ଉନ୍ନତି ଆଣିବେ । ଦାମ୍ପତ୍ୟ ଜୀବନରେ ଖୁସି ଅନୁଭବ କରିବେ । ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ । ପିଲାମାନଙ୍କ ସହିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ

ବୈାବାହିକ ଜୀବନ:

ଅବିବାହିତ ଯୁବକ ଯୁବତୀ ମାନେ ନିଜ ମନ ପସନ୍ଦର ଜୀବନ ସାଥୀ ଚୟନ କରିବେ । ଦାମ୍ପତ୍ୟ ଜୀବନରେ ଖୁସି ରହିବା ସହିତ ସାମଞସ୍ୟ ବଜାୟ ରହିବ। ପତୀ ପତ୍ନୀଙ୍କ ସମ୍ପର୍କରେ ଉନ୍ନତି ଆସିବ

ଧନ / ସମ୍ପତି:

ସଞ୍ଚତ ଅର୍ଥ ବୃଦ୍ଧି ପାଇବା ସହିତ ଅନେକ କ୍ଷେତ୍ରରେ କିଛି ଅର୍ଥ ନିବେଶ କରିପାରନ୍ତି । ନୂତନ ଭାବରେ ଭୂମି ବା ଗୃହ କ୍ରୟ କରିପାରନ୍ତି । ସରକାରି କ୍ଷେତ୍ରରୁ ମଧ୍ୟ କିଛି ଆର୍ଥିକ ସହୟତା ମିଳିପାରେ । ବକୟା ଅର୍ଥ ପାଇପାରନ୍ତି ।

ଶିକ୍ଷା / କ୍ୟାରିୟର:

ସଫଳତା ଶୀର୍ଷରେ ପହଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିବେ । ଶିକ୍ଷାର୍ଥୀ ମାନେ ଶିକ୍ଷକଙ୍କର ପରାମର୍ଶ ମାନି ଅଗ୍ରସର ହେବେ । ଛାତ୍ରଛାତ୍ରୀ ମାନେ ନିଜର ଜୀବନ ଶୈଳିରେ ପରିବର୍ତନ ଆଣି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।

ପ୍ରତିକାର:

  • .ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
  • ଗୁରୁଜନ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ